କ୍ଷେପଣାସ୍ତ୍ର ଆକାଶର ପରୀକ୍ଷଣ ସଫଳ, ଶତ୍ରୁଙ୍କ ହଜେଇବ ନିଦ

ଭୁବନେଶ୍ୱର, ୨୫/୦୧: କ୍ଷେପଣାସ୍ତ୍ର ‘ଆକାଶ’ ର ପରୀକ୍ଷଣ ସଫଳ ହୋଇଛି। ଗୋପାଳପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଏହାର ପରୀକ୍ଷଣ କରାଯାଇଛି। ଯାହା ନିର୍ଦ୍ଧାରିତ ଲକ୍ଷ୍ୟକୁ ଖୋଜି ଟାର୍ଗେଟ୍ କରିପାରୁଛି । ଏହି ପରୀକ୍ଷଣର ଏକ ଭିଡିଓ ଜାରି କରିଛି ଭାରତୀୟ ସେନାର ଚେତକ କର୍ପସ୍ । ଦିନ ହେଉ ବା ରାତି , ଶତ୍ରୁପକ୍ଷର ନିଦ ହଜାଇ ଦେବ ଆକାଶ ମିସାଇଲ୍। ଯେକୌଣସି ସମୟରେ ଟାର୍ଗେଟକୁ ଭେଦ କରିବାରେ କ୍ଷମତା ରଖିଛି ଆକାଶ ମିସାଇଲ। ସ୍ଥଳଭାଗରୁ ଆକାଶ ମାର୍ଗକୁ ଆକ୍ରମଣ କରିପାରେ ଆକାଶ ମିସାଇଲ୍ ।

Leave a Reply

Your email address will not be published. Required fields are marked *