ବିଜେପିରେ ସାମିଲ ହେଲେ ଆକାଶ ଦାସ ନାୟକ

ଭୁବନେଶ୍ୱର,୩୧/୦୩: ବିଜେପି ମହଲରେ ସିନେ ତାରକା ଙ୍କ ଭିଡ଼। ପ୍ରଥମେ ଅରିନ୍ଦମ, ତା ପରେ ସିଦ୍ଧାନ୍ତ ଓ ଆଜି ଆକାଶ ଦାସ ନାୟକ ବିଜେଡି ଛାଡି ବିଜେପିରେ ମିଶିଛନ୍ତି । କୋରଇର ପୂର୍ବତନ ବିଧାୟକ ଆକାଶ ଏଥର ଟିକେଟ୍ ଆଶାୟୀ ଥିଲେ । ଅନ୍ୟପଟେ ରାଜ୍ୟର ଅନ୍ୟ ୩ଟି ଅଂଚଳର ନେତା ଓ କର୍ମୀ ଆଜି ବିଜେପି ଶିବିରରେ ସାମିଲ ହୋଇଛନ୍ତି । ବରଗଡ଼ ପାଇକମାଳ, ବୌଦ୍ଧ ଏବଂ କଂଟାମାଳ ଅଂଚଳ ଅନେକ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବରିଷ୍ଠ ବିଜେପି ନେତାଙ୍କ ମେଳରେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ।

୨୦୧୪ରେ କୋରେଇରୁ ନିର୍ବାଚିତ ହୋଇ ବିଧାନସଭା ଆସିଥିଲେ ଆକାଶ । ୨୦୧୯ରେ ତାଙ୍କୁ ବିଜେଡି ଟିକେଟ୍ ଦେଇନଥିଲା । ତେବେ ବାରମ୍ବାର ବିଜେଡିରେ ଅଣଦେଖା ଶିକାର ହେଉଥିବା ଅଭିଯୋଗ ଆଣି ବିଜେପିର ସାମିଲ ହୋଇଛନ୍ତି ଆକାଶ ।