ବିଜେପିରେ ମିଶିଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ

ଭୁବନେଶ୍ୱର,୧୩/୦୪: ନିର୍ବାଚନ ୨୦୨୪ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କୁ ଆଉ ଅଳ୍ପ କେଇଟା ଦିନ ରହିଲା । ଏନେଇ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଜୋରଦାର ଚାଲିଛି। ଏହାସହ ଦଳ ପରିବର୍ତନ କରୁଛନ୍ତି ନେତା। ଏହାରିମଧ୍ୟରେ ଆଜି ବିଜେପିରେ ମିଶିଲେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ । ଆଜି ସେ ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହୋଇଛନ୍ତି । ବିଧାୟକ ବ୍ୟୋମକେଶଙ୍କ ମାମୁଁ ହେଉଛନ୍ତି ଅଜୟ । ସେ ବ୍ୟୋମକେଶଙ୍କ ଟିକେଟକୁ ବିରୋଧ କରୁଥିଲେ । ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି ।