ଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌, ୨୪ମୃତ

ନୂଆଦିଲ୍ଲୀ,୬/୧୦: ପୁଣି ଥରେ ଗାଜାରେ ଏୟାରଷ୍ଟ୍ରାଇକ୍‌ ଆରମ୍ଭ କରିଛି ଇସ୍ରାଏଲ। ରବିବାର ଗାଜାର ଏକ ମସଜିଦ ଉପରେ ଇସ୍ରାଏଲ ରକେଟ୍‌ ମାଡ଼ କରିଛି। ଏଥିରେ ଅତିକମ୍‌ରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଆହତ ହୋଇଛନ୍ତି। ଇସ୍ରାଏଲ ଓ ହମାସ ଯୁଦ୍ଧ ଥମୁନି।ମଧ୍ୟ ଗାଜା-ପଟ୍ଟି ଡେର୍‌ ଅଲ-ବାଲା ସ୍ଥିତ ଅଲ-ଅକ୍ସା ହସ୍ପିଟାଲ ନିକଟରେ ଥିବା ମସଜିଦ ଉପରେ ଆକ୍ରମଣ କରିଛି ଇସ୍ରାଏଲ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। କାରଣ ଏଠାରେ ବହୁ ସଂଖ୍ୟାରେ ବିସ୍ଥାପିତମାନେ ଆଶ୍ରୟ ନେଇଥିଲେ।

Leave a Reply

Your email address will not be published. Required fields are marked *