ନୟାପଲ୍ଲୀରୁ ଏୟାରପୋର୍ଟ ଗ୍ରୀନ କରିଡର, ଚୁଟକିରେ ରୋଗୀ ପହଁଚିଲେ ବିମାନ ବନ୍ଦର

ଭୁବନେଶ୍ୱର, ୨୨/୧୦: ନୟାପଲ୍ଲୀରୁ ଏୟାରପୋର୍ଟ ଗ୍ରୀନ କରିଡର କରାଯାଇଛି। ଏହି ସୁବିଧା ଦ୍ୱାରା ୮ ମିନିଟରେ ବିମାନ ବନ୍ଦରରେ ରୋଗୀ ପହଁଚିପାରିବେ। ରୋଗି ଅଧିକ ଚିକିତ୍ସା ପାଇଁ ଏୟାର ଆଂବୁଲାନ୍ସରେ ହାଇଦ୍ରାବାଦ ଯିବେ।

ପୁରୀର ଅଭୟ ଜେନାଙ୍କ  କୃତ୍ରିମ ଫୁସଫୁସ ପ୍ରତିରୋପଣ କରାଯାଇଛି । ନୟାପଲ୍ଲୀରୁ ଯାଇ  ଗ୍ରୀନ କରିଡରରେ ଏୟାରପୋର୍ଟ ଗଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦର କିମ୍ସ ହସ୍ପିଟାଲକୁ ତାଙ୍କୁ ନିଆଗଲା। କରୋନାରୁ ସୁସ୍ଥ ହେବା ପରେ ତାଙ୍କର ଫୁସଫୁସ ସଂକ୍ରମଣ ହୋଇଥିଲା ।