ଗାଜାର ଏକ ଡାକ୍ତରଖାନା ଉପରେ ଏୟାର ଷ୍ଟ୍ରାଇକ୍ କଲା ଇସ୍ରାଏଲ୍, ୫୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୮/୧୦: ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଆହୁରି ତୀବ୍ର ହେବାରେ ଲାଗିଛି । ଏହାରି ମଧ୍ୟରେ ଇସ୍ରାଏଲ୍ ସେନା ଗାଜାର ଏକ ଡାକ୍ତରଖାନା ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଯେଉଁଥିରେ ୫୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ହମାସ ଏହି ଆକ୍ରମଣକୁ ଇସ୍ରାଏଲ୍ ଦ୍ୱାରା କରାଯାଇଥିବା ଦାବି କରୁଛି । ତେବେ ଇସ୍ରାଏଲ କିନ୍ତୁ ଏହି ଆକ୍ରମଣରେ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରିଛି । ଇସ୍ରାଏଲ ଦାବି କରିଛି ଯେ ହସ୍ପିଟାଲ ଉପରେ ଯେଉଁ ରକେଟ୍ ମାଡ ହୋଇଛି ତାହା ପାଲେଷ୍ଟାଇନ ଦ୍ୱାରା ହୋଇଛି । କିନ୍ତୁ ଇସ୍ରାଏଲ ସେନା ଦ୍ୱାରା କେନ୍ଦ୍ରୀୟ ଗାଜାର ଅଲ ଅହଲି ହସ୍ପିଟାଲରେ ଏହି ଆକ୍ରମଣ ହୋଇଛି ବୋଲି ହମାସ ଦାବି କରିଛି । ଏହି ହସ୍ପିଟାଲକୁ ଗାଜା ଷ୍ଟ୍ରିପର ଶେଷ ଖ୍ରୀଷ୍ଟିଆନ ହସ୍ପିଟାଲ ବୋଲି କୁହାଯାଏ ।