ଥାଇଲାଣ୍ଡରେ ବାୟୁ ପ୍ରଦୂଷଣ, ୨ଲକ୍ଷ ଲୋକ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୨/୩: ଥାଇଲାଣ୍ଡରେ ଚଳିତ ସପ୍ତାହରେ ବାୟୁ ପ୍ରଦୂଷଣ ଘାତକ ରୂପ ନେଇଛି । ନିଶ୍ୱାସରେ ବିଷାକ୍ତ ପବନ କାରଣରୁ ୨ଲକ୍ଷ ଲୋକ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରାଜଧାନୀ ବ୍ୟାଙ୍କକର ସ୍ଥିତି ସବୁଠାରୁ ସଂଗୀନ ହୋଇପଡିଛି । ଲୋକମାନଙ୍କୁ ଘରୁ ନବାହାରିବାକୁ ଅଧିକାରୀମାନେ ସଚେତନ କରିଛନ୍ତି । କଳକାରଖାନାରୁ ବାହାରୁଥିବା ଧୂଆଁ ଓ ଗାଡି ମୋଟରରୁ ବାହାରୁଥିବା ଧୂଆଁ ଏହି ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ବୋଲି କୁହାଯାଉଛି ।

ସେପଟେ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷିତ ଭାବେ ଘରେ ରହିବାକୁ ଅନୁରୋଧ କରିଛି ।  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ବାୟୁ ପ୍ରଦୂଷଣର ପରିଣାମ ସ୍ୱରୂପ ଚଳିତବର୍ଷ ଆରମ୍ଭରୁ ୧.୩ ମିଲିୟନରୁ ଅଧିକ ଲୋକ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।