ଏୟାର ଇଣ୍ଡିଆ ବିମାନରେ ହାଇଡ୍ରୋଲିକ୍ ତ୍ରୁଟି

ନୂଆଦିଲ୍ଲୀ, ୧୦/୧୧: ଏୟାର ଇଣ୍ଡିଆ ବିମାନରେ ହାଇଡ୍ରୋଲିକ୍ ତ୍ରୁଟି ଦେଖାଦେଇଛି। ତାମିଲନାଡ଼ୁର ତ୍ରିଚିରୁ ୟୁଏଇର ଶାରଜାହ ଅଭିମୁଖେ ଯାଉଥିବା ଏୟାରଇଣ୍ଡିଆ ବିମାନରେ ବୈଷୟିକ ତ୍ରୁଟି ଦେଖାଦେଇଛି । କେତେବେଳେ ବି ଏହା ତ୍ରିଚି ଏୟାରପୋର୍ଟରେ ଏମର୍ଜେନ୍ସିଂ ଲ୍ୟାଣ୍ଡିଂ କରିପାରେ । ଇନ୍ଧନ କମ୍ କରିବାକୁ ଆକାଶରେ ବାରମ୍ବାର ଚକ୍କର କାଟୁଛି ବିମାନ ।ତେବେ ଏହା ଲ୍ୟାଣ୍ଡ୍‌ କରିବା ବେଳେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ସେପଟେ ଜରୁରୀ ଅବତରଣ ପାଇଁ ତ୍ରିଚି ବିମାନବନ୍ଦରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତଳେ ବିମାନ ବନ୍ଦରରେ ଜରୁରୀ ସ୍ଥିତି ପାଇଁ ୨୦ଟି ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ପ୍ରସ୍ତୁତ ରହିଛି । ଏନେଇ ତ୍ରିଚି ଏୟାରପୋର୍ଟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *