ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ,୩/୨: ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ । ନିଆଁ ଲାଗିବା ପରେ ବିମାନର ଜରୁରୀକାଳୀନ ଅବତରଣ । ଏୟାର ଇଣ୍ଡିଆର ଆବୁଧାବି-କାଲିକଟ ଏକ୍ସପ୍ରେସ ବିମାନରେ ନିଆଁ ଲାଗି ଯାଇଥିଲା । ୧୦୦୦ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନ ଉଡୁଥିଲା । ତେବେ ବିମାନରେ ଥିବା ୧୮୪ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି ।