ଏୟାର ଏସିଆର ଜରୁରୀକାଳୀନ ଅବତରଣ

ଭୁବନେଶ୍ୱର, ୧୩/୩: ଭୁବନେଶ୍ୱର ସ୍ଥିତ ବିମାନ ବନ୍ଦରରେ ଏୟାର ଏସିଆ ଜରୁରୀକାଳୀନ ଅବତରଣ କରିଛି। ସୂଚନାଯୋଗ୍ୟ ଯେ ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ଏୟାର ଏସିଆର ଏକ ଫ୍ଲାଇଟ ଜଣେ ଯାତ୍ରୀଙ୍କ ଅସୁସ୍ଥତା କାରଣରୁ ଜରୁରୀ ଅବତରଣ କରିଥିବା ଜଣାପଡ଼ିଛି। ଏହାପରେ ଗୁରୁତର ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।