ଆଜିଠୁ ପୁଣିଥରେ ଖୋଲିଲା ଏମସ ଓପିଡି

ଭୁବନେଶ୍ୱର,୭/୨: ଆଜିଠୁ ପୁଣିଥରେ ଏମସ ଓପିଡି ଖୋଲିଛି । ଏବେ ରାଜ୍ୟରେ କୋଭିଡ ସଂକ୍ରମଣ ହ୍ରାସ ପାଇବା ପରେ ଆଜିଠୁ ଖୋଲିଛି ଏମସ ଓପିଡି । ପୂର୍ବଭଳି ସମସ୍ତ ବିଭାଗ ଓପିଡି କାର୍ଯ୍ୟସୂଚୀକୁ ଅନୁକରଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ପୂର୍ବଭଳି ସମସ୍ତ ଆଇପିଡି ଆଡମିସନ ଏବଂ ଓଟି ଗୁଡିକ କାର୍ଯ୍ୟକାରୀ ହେବ । ଏହାସହ ନୂଆ ଆଡମିଶନ ହେଲେ ସନ୍ଦିଗ୍ଧ କୋଭିଡଙ୍କ ପାଇଁ ପ୍ରତି ୱାର୍ଡରେ ୪ରୁ ୫ ଲେଖାଏଁ ଶଯ୍ୟା ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରୋଗୀଙ୍କୁ ନିୟମିତ ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ଆପ୍ ଏବଂ ଟେଲିମେଡିସିନ ଜାରି ରହିବ । ସୂଚନାଯୋଗ୍ୟ ଯେ କରୋନାର ତୃତୀୟ ଲହର ପାଇଁ ଜାନୁଆରୀ ୧୭ ରୁ ଭୁବନେଶ୍ବର ଏମସର ସମସ୍ତ ଓପିଡି ସେବାକୁ ସାମୟିକ ସମୟ ପାଇଁ ବନ୍ଦ କରାଯାଇଥିଲା ।