ପାଟଣା ଏମ୍ସ ଡାକ୍ତରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୨/୦୯: ପାଟଣା ଏମ୍ସ ଡାକ୍ତର ଆତ୍ମହତ୍ୟା କରିଛନ୍ତି। ଡାକ୍ତର ଜଣକ ସେଠାରେ ପ୍ରାକ୍ଟିସ୍ କରିବା ସହ ଉଚ୍ଚ ଶିକ୍ଷା ଜାରି ରଖିଥିଲେ । ହଷ୍ଟେଲ କବାଟ ଭାଙ୍ଗି ଡାକ୍ତରଙ୍କ ଶବ ଉଦ୍ଧାର ପରେ ସ୍ୱତନ୍ତ୍ର ଟିମ୍ ଘଟଣାର ଯାଞ୍ଚ କରୁଛି ।ସୂଚନା ମୁତାବକ ମୃତକ ଡାକ୍ତର ନିଲେଶ ପାଟଣା ଶୁକ୍ରବାର ରାତିରେ ଡ୍ୟୁଟି କରିବା ପରେ ଡାକ୍ତର  ନିଜ ହଷ୍ଟେଲ ରୁମକୁ ଯାଇଥିଲେ । ସକାଳେ ଡ୍ୟୁଟି ସମୟ ହେବା ପରେ ବି ସେ କବାଟ ନଖୋଲିବାରୁ ସହପାଠୀଙ୍କର ସନ୍ଦେହ ହୋଇଥିଲା । ପୁଲିସ ଆସି କବାଟ ଭାଙ୍ଗିବା ପରେ ଡାକ୍ତରଙ୍କ ମୃତଦେହ ମିଳିଥିଲା ।