ଏଣିକି ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ କରିବ ଏଆଇ !

ଭୁବନେଶ୍ୱର, ୧୫/୦୮: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତ ଆସନ୍ତି। କିନ୍ତୁ ଭିଡ ଯୋଗୁଁ ଶ୍ରଦ୍ଧାଳୁ ହନ୍ତସନ୍ତ ହୁଅନ୍ତି। ଅନ୍ୟପଟେ ଏର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇପାରୁନି। ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଦକ୍ଷତା ଓ ପରିଚାଳନକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଛି। ତେବେ ଏଣିକି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଆଇ ବେସଡ ଟେକ୍ନୋଲୋଜି ଦ୍ବାରା ଭିଡ ନୟନ୍ତ୍ରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।
ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବା ପରେ ବାହାର ଭିଡକୁ ନିୟନ୍ତ୍ରଣ କରାଯାଇଛି। ଭିଡ ନିୟନ୍ତ୍ରଣ ପାଇଁ ଏଆଇ ଟେକ୍ନୋଲୋଜି ବ୍ୟବହାର ହେବାକୁ ଥିବା ବେଳେ ଓ ଭକ୍ତଙ୍କ ସୁବିଧା ପାଇଁ ଆପ୍ ଲଞ୍ଚ କରିବାକୁ ଯୋଜନା କରୁଛି ପ୍ରଶାସନ।ଦିନକୁ ଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ବଢୁଛି। ତେଣୁ ସହଜ ଓ ସୁବିଧାରେ ଶ୍ରୀମନ୍ଦିରରେ ଭକ୍ତ ମହାପ୍ରଭୁଙ୍କୁ ଯେପରି ଦଶର୍ନ କରିବେ ସେଥିପାଇଁ ପ୍ରଶାସନ ତତ୍ପର ହୋଇଛି।