ଏଣିକି ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷାବେଳେ ଜଗିବ AI

ନୂଆଦିଲ୍ଲୀ,୦୬/୦୩: ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷାବେଳେ  ଏଣିକି କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ । ଏଆଇ ଜରିଆରେ ସବୁକିଛିର ତଦାରଖ ହେବ ।  ଅର୍ଥାତ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ବ୍ୟବସ୍ଥା ଅଟୋମେଟେଡ ହେବ । ଏଥିପାଇଁ ଏଆଇ କ୍ୟାମେରା ଖଞ୍ଜାଯାଇଛି। ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ । ପରୀକ୍ଷାମୂଳକ ଭାବେ ଏହି ଅଟୋମେଟେଡ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଗଞ୍ଜାମ,ଚଣ୍ଡିଖୋଲ , ରାଉରକେଲା, ଅନୁଗୁଳ , ସୁନ୍ଦରଗଡ ଓ କେନ୍ଦୁଝର ଭଳି ୬ଟି ସ୍ଥାନରେ ଆରମ୍ଭ ହୋଇଛି । ଆଗାମୀ ଦିନରେ ୩୮ଟି ଯାକ ଆରଟିଓ ଅଫିସରେ ଏହି ବ୍ୟବସ୍ଥା ହେବ ।