କାବୁଲରୁ ଭାରତୀୟଙ୍କୁ ନେଇ ପହଞ୍ଚିଲା ଏୟାରଫୋର୍ସ ବିମାନ

ନୂଆଦିଲ୍ଲୀ ,୧୭/୮: କାବୁଲରୁ ଭାରତୀୟଙ୍କୁ ନେଇ ଗୁଜରାଟ ଜାମନଗରରେ ପହଞ୍ଚିଲା ଏୟାରଫୋର୍ସ ବିମାନ । ୧୨୦ ଜଣ ଭାରତୀୟଙ୍କୁ ନେଇ ଜାମନଗରରେ ପହଞ୍ଚିଛି ବିମାନ ।କର୍ମଚାରୀମାନଙ୍କୁ ଗତକାଲି ବିଳମ୍ବିତ ରାତିରେ କାବୁଲ ବିମାନବନ୍ଦରର ସୁରକ୍ଷିତ ଅଞ୍ଚଳ ଭିତରକୁ ଅଣାଯାଇଥିଲା। ଏହା ପରେ ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯିବାର ଯୋଜନା କରାଯାଇଛି। ଆଜି ସେମାନଙ୍କୁ ସି-୧୭ ଏୟାରକ୍ରାଫ୍ଟ ଯୋଗେ ଭାରତ ଅଣାଯାଇଥିବା ବେଳେ ଏବେ ବି କାବୁଲରେ ପାଖାପାଖି ୫୦୦ରୁ ଅଧିକ ଲୋକ ଫସି ରହିଥିବା ଜଣାପଡ଼ିଛି । ସେମାନଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ୩୦୦ରୁ ୪୦୦ ଆଇଟିବିପି ଯବାନ ଆଫଗାନିସ୍ତାନରେ ପହଞ୍ଚିଥିବା ସୂଚନା ରହିଛି।