ସରକାରୀ ଚାକିରି ପାଇଁ ଆବେଦନ ବୟସ ସୀମା ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର, ୧୦/୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସେହି ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସରକାରୀ ଚାକିରି ପାଇଁ ଆବେଦନ ବୟସ ସୀମା ବଢ଼ାଇଛନ୍ତି ରାଜ୍ୟ ସରକାର।  ଏଣିକି ୩୮ ବର୍ଷ ଯାଏଁ  ସରକାରୀ ଚାକିରି ପାଇଁ ଆବେଦନ କରିହେବ। ସେହିପରି ମହିଳା, SC/ST, ଦିବ୍ୟାଙ୍ଗଙ୍କ ପାଇଁ ବୟସ ସୀମା ୪୩କୁ ବୃଦ୍ଧି କରାଯାଇଛି। ଆସନ୍ତା ୩ ବର୍ଷ ପାଇଁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ।