ଚୀନରେ ବିମାନ ଦୁର୍ଘଟଣା, ବିମାନରେ ଥିଲେ ୧୧୩ ଜଣ ଯାତ୍ରୀ

ନୂଆଦିଲ୍ଲୀ,୧୨/୫: ଟେକ୍ ଅଫ୍ ବେଳେ ରନୱେରୁ ଆଗକୁ ବଢି ଯାଇ ଦୁର୍ଘଟଣାର ଶିକାର ହୋଇଛି ବିମାନ । ସକାଳେ ଚୀନର ଚୋଗାକିଙ୍ଗ ବିମାନ ବନ୍ଦରରେ ଏହି ଦୁର୍ଘଟଣା ଘଟିଛି । ବିମାନଟି ତିବତ୍ତ ଏୟାରଲାଇନ୍ସର ବୋଲି ଜଣାପଡିଛି । ବିମାନରେ ମୋଟ୍ ୧୧୩ ଜଣ ଯାତ୍ରୀ ଥିଲେ । ନିଆଁ ଲାଗିଯିବା ପରେ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି ।