କିପରି କଟିବ ଆଜି ଆପଣଙ୍କ ଦିନ: ୧୫/୩/୨୦୨୧

ମେଷ: ଆପଣ ଏହି ସପ୍ତାହରେ ନୂତନ ଆୟର ଉତ୍ସ ପାଇବେ । ସାମାଜିକ କର୍ମୀମାନେ ଲୋକଙ୍କୁ ସାହାଯ୍ୟ କରିବେ। ତୁମର ସାହସ ବଢିବାକୁ ଯାଉଛି। ତୁଚ୍ଛ ବିଷୟଗୁଡ଼ିକୁ ଏକ ସମସ୍ୟା କର ନାହିଁ। ସାମାଜିକ ସମ୍ପର୍କ ତୀବ୍ର ହେବ।

ବୃଷ:  ଉନ୍ନତି ପରିଲକ୍ଷିତ ହେବା କାରଣରୁ ବ୍ୟସ୍ତତା ଦୂର ହେବ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ଭାବ ପ୍ରବଣତାବଶତଃ ପରିହାସ ଯୁକ୍ତ କରିବ । ଈର୍ଷାପରାୟଣ ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପ୍ରାପ୍ୟଧନରେ ବାଧା ସୃଷ୍ଟି ହେବ । ବଢ଼ିଆ ଚାକିରର ସୁଯୋଗ ଆସିପାରେ ।

ମିଥୁନ: ସ୍ୱଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ । ଶନି କ୍ଷେତ୍ରସ୍ଥ ବୁଧଙ୍କ ଯୋଗୁଁ ନିଜର ଉଦାରତା ଗୁଣରୁ ନିଜ କାମ ଛାଡ଼ି ବନ୍ଧୁଙ୍କ କାମକୁ ପ୍ରାଧାନ୍ୟ ଦେବେ । କର୍ମକ୍ଷେତ୍ରରେ ଈର୍ଷାାପରାୟଣ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ ।

କର୍କଟ: ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥି ଦେବ । ସ୍ଵରାଶିସ୍ଥ ବଳବାନ୍‌ ଚନ୍ଦ୍ରଙ୍କ ପ୍ରଭାବରେ ବହୁତ ଦିନରୁ ମନରେ ଚିନ୍ତା କରିଥିବା କାମଟିକୁ ଆଜି ସମ୍ପନ୍ନ କରିବେ । କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭର ସୌଭାଗ୍ୟ ପାଇ ଖୁସି ହେବେ ।

ସିଂହ: ଆକସ୍ମିକ ଭାବରେ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ । କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକରିବା ସକାଶେ ଦୂରଯାତ୍ରାରେ ଅଭିଳଷିତ ଜିନିଷ ପାଇବେ । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ ।

କନ୍ୟା: ଅନ୍ୟମାନଙ୍କ କଥା ଶୁଣନ୍ତୁ ହେଲେ ନିଜ ବିବେକ ଅନୁସାରେ କାମ କରନ୍ତୁ । ରାଶ୍ୟାଧିପ ଦ୍ୱାଦଶସ୍ଥ ଯୋଗୁ ଆପଣଙ୍କୁ ଅଚାନକ ଭ୍ରମଣ ସୁଯୋଗ ଜୁଟିପାରେ । କିନ୍ତୁ ଅଷ୍ଟମସ୍ଥ ବୁଧ ଯୋଗୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ ।

ତୁଳା: ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଯାତ୍ରା ସରଳ ଓ ସହଜସାଧ୍ୟ ରହିବ । ଆକସ୍ମିକ ଭାବରେ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ । କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକରିବା ସକାଶେ ଦୂରଯାତ୍ରାରେ ଅଭିଳଷିତ ଜିନିଷ ପାଇବେ ।

ବିଛା: ପୂରା ହେବକୁ ଯାଉଥିବା କୌଣସି କାର୍ଯ୍ୟରେ ବାଧା ଉପୁଜିବ । ମନ ଶାନ୍ତ ରଖନ୍ତୁ ଓ ଧୈର୍ଯ୍ୟଧରି ପରିସ୍ଥିତିର ମୁକାବିଲା କରନ୍ତୁ ସଫଳ ହେବେ । ଦେବଗୁରୁଙ୍କ ଶୁଭଦୃଷ୍ଟି ଚନ୍ଦ୍ରଙ୍କ ଉପରେ ନିପତିତ ହେଉଥିବାରୁ ସମସ୍ୟା ସମାଧାନ ହୋଇଯିବାର ମାର୍ଗ ଉନ୍ମୁକ୍ତ ହେବ ।

ଧନୁ:  ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ । ବୁଧ ବ୍ୟୟ ଭାବରେ ରହିଥିବାରୁ ପରିସ୍ଥିତିରେ ପଡି ହଠାତ୍‌ ବହୁତ୍‌ ଗୁଡିଏ ଟଙ୍କା ଖର୍ଚ୍ଚ କରି ଦୁଃଖିତ ହେବେ । ଈର୍ଷା ପରାୟଣ ବ୍ୟକ୍ତିମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ ।

ମକର:କର୍ମକ୍ଷେତ୍ରରେ ଆପଣ ଯୋଦ୍ଧାଙ୍କ ଭଳି ରହିବେ । ଚନ୍ଦ୍ର ନବମସ୍ଥ ରହି ପାପଗ୍ରହ ପ୍ରଭାବରୁ ମୁକ୍ତ ରହିଥିବାରୁ ଯେଉଁ କର୍ମାରମ୍ଭ କଲେ ମଧ୍ୟ ସଫଳତା ପାଇବେ । ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା କୈାଣସି ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ ।

କୁମ୍ଭ: ବେପାର ବୃତ୍ତିରେ ସନ୍ତୋଷଜନକ ପରିଣାମ ପାଇବା ଲାଗି ଏକାଗ୍ର ଚିତ୍ତରେ କାମ କରନ୍ତୁ । ଉଚ୍ଚାରୋହୀ ବୁଧ ପ୍ରଭାବରେ ଶାରୀରିକ ସୁସ୍ଥତା ସହ କର୍ମକ୍ଷେତ୍ରରେ ଥିବା ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ।

ମୀନ: ଧର୍ମ କାର୍ଯ୍ୟରେ ସମୟ ବିତିବ । ବ୍ୟୟାଧିପ ଧନସ୍ଥାନକୁ ଦୃଷ୍ଟିଦେଉଥିବାରୁ ସ୍ଵେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିବେ । ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା ହେତୁ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ ।