ରଥରେ ମହାପ୍ରଭୁଙ୍କ ଅଧରପଣା ନୀତି

ଭୁବନେଶ୍ୱର,୩୦/୦୬: ଆଜି ରଥରେ ମହାପ୍ରଭୁଙ୍କ ଅଧରପଣା ନୀତି ହୋଇଛି । ୩ ଠାକୁରଙ୍କୁ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହୋଇଛି । ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କୁ ତୁପ୍ତ କରିବା ପାଇଁ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ହୋଇଥାଏ । ଏଥିପାଇଁ ସ୍ୱତନ୍ତ୍ର ଅଧରହାଣ୍ଡି ପ୍ରସ୍ତୁତ ହୋଇଛି । ଆଜି ଗରୁଡ଼ଶୟନ ନୀତି ଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି ।

ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧର ନୀତି ଆରମ୍ଭ ହୋଇଥିଲା । ଅଧର ନୀତି ଶେଷ ପରେ ମହାସ୍ନାନ ଶେଷ ହେବ । ପରେ ରାତି ୧୦ଟାରେ ମଇଲମ, ବେଶ, ସାଢେ ୧୦ଟାରେ ସଂଧ୍ୟା ଆଳତୀ, ରାତି ୧୧ଟାରୁ ୧୨ଟା ଭିତରେ ସଂଧ୍ୟା ଧୂପ, ସାଢେ ୧୨ଟାରେ ମଇଲମ, ଚନ୍ଦନ ଲାଗି ହେବ । ରାତି ଗୋଟାଏରେ ବଡ଼ ସିଂହାର ବେଶ, ରାତି ସାଢେ ଗୋଟାଏରେ ବଡ଼ସିଂହାର ଭୋଗ ଓ ରାତି ୨ଟାରେ ପହୁଡ ନୀତି ଅନୁଷ୍ଠିତ ହେବ ।