ଓଡ଼ିଶା କ୍ୟାଡରର ୨ IPS ଅଫିସରଙ୍କୁ କେନ୍ଦ୍ରରେ ମିଳିବ ADG ପାହ୍ୟା

ଭୁବନେଶ୍ୱର, ୪/୨: ଓଡ଼ିଶା କ୍ୟାଡରର ୨ IPS ଅଫିସରଙ୍କୁ କେନ୍ଦ୍ରରେ  ADG ପାହ୍ୟା ମିଳିବ। କେନ୍ଦ୍ରୀୟ ଡେପୁଟେସନରେ ଗଲେ ମିଳିବ ADG ପାହ୍ୟା । ADG ପାହ୍ୟା ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍‌ର ନିଯୁକ୍ତି କମିଟି । ଏଥିରେ IPS ସୁଧାଂଶୁ ଷଡ଼ଙ୍ଗୀ ଓ ଯୋଗେଶ ବାହାଦୁର ଖୁରାନିଆ ତାଲିକାଭୁକ୍ତ ଅଛନ୍ତି। ଉଭୟ ଯୋଗେଶ ଓ ସୁଧାଂଶୁ ଓଡ଼ିଶା କ୍ୟାଡର ୧୯୯୦ ବ୍ୟାଚ୍‌ର IPS । ଯୋଗେଶ ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବା ବେଳେେ ସୁଧାଂଶୁ ଏବେ ଟ୍ବିନ୍‌ସିଟିର ପୋଲିସ କମିସନର ଅଛନ୍ତି ।