ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୨୩/୦୬: ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ରେଡ଼। ତାଙ୍କର ଘର ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଛି। ଭୁବନେଶ୍ୱର କାନନ ବିହାର ଘର ଛାତ ଉପରୁ ପଡୋଶୀ ଛାତକୁ ଫିଙ୍ଗି ଦିଆଗଲା ପେଟି ପେଟି ଟଙ୍କା । ଗୋଟିଏ ବ୍ରିଫ କେସ ଓ ୬ଟି ପେଟିରୁ ବିପୁଳ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହି ପେଟି ଗୁଡିକରେ ୫୦୦ ଟଙ୍କାର ବିଡା ବିଡା ନୋଟ୍ ଭର୍ତ୍ତି ହୋଇ ରହିଛି ।  ସବୁକୁ ଜବତ କରିଛି ଭିଜିଲାନ୍ସ । ତେବେ ପଡୋଶୀ ଘର ସଦସ୍ୟ ଏନେଇ କିଛି ସ୍ପଷ୍ଟ ଉତ୍ତର ରଖିପାରିନାହାନ୍ତି ଯେ ଟଙ୍କା କେଉଁଠୁ ଆସିଲା । ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ ।

ଭୁବନେଶ୍ୱର କାନନ ବିହାର ସ୍ଥିତ ଦୁଇ ମହଲା ବାସଭବନ, ନବରଙ୍ଗପୁର ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ, ଭଦ୍ରକର ବାହୁଡରଡ ସ୍ଥିତ ପୈତୃକ ବାସଭବନ ସମେତ ୯ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ରେଡ୍ରେ ୨ଆଡିସନାଲ ଏସପି, ୭ଡିଏସପି ଓ ୮ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।