ଆରପାରିରେ ପ୍ରସିଦ୍ଧ ଅଭିନେତ୍ରୀ ମିନୁ ମୁମତାଜ

ନୂଆଦିଲ୍ଲୀ, ୨୩/୧୦: ପ୍ରସିଦ୍ଧ ଅଭିନେତ୍ରୀ ମିନୁ ମୁମତାଜଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। କାନାଡାରେ ସେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ଭାଇ ଅନୱର ଅଲ୍ଲୀ ସୂଚନା ଦେଇଛନ୍ତି। ମିନୁ ମୁମତାଜ ଭେଟେରାନ ହାସ୍ୟ ଅଭିନେତା ମେହମୁଦ ଅଲିଙ୍କ ଭଉଣୀ ଥିଲେ। ମେନୁ ମୁମତାଜ ଅନେକ ହିନ୍ଦୀ ଫିଲ୍ମରେ କାମ କରିଥିଲେ। ସେ ୧୯୫୦ ଏବଂ ୧୯୬୦ ଦଶକରେ ଅନେକ ଫିଲ୍ମରେ ଅଭିନୟ କରିଥିଲେ।