ପ୍ଲାଷ୍ଟିିକ ସର୍ଜରୀ ନେଇଗଲା ଏହି ଅଭିନେତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ,୧୭/୫: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଚେତନା ରାଜଙ୍କ ଆଜି ଅକାଳ ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୨୧ ବର୍ଷ ହୋଇଥିଲା । ସେ ନିକଟରେ ତାଙ୍କର ପ୍ଲାଷ୍ଟିକ ସର୍ଜରୀ କରାଇଥିଲେ । ଏହା ପରେ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ପରିବାର ଲୋକ ଏଥିପାଇଁ ମେଡିକାଲ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଏନେଇ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ବେଙ୍ଗାଲୁରୁର ଏକ ପ୍ରତିଷ୍ଠିତ କସମେଟିକ ଡାକ୍ତରଖାନାରେ ସେ ତାଙ୍କ ଶରୀର ଚର୍ବି କମାଇବା ପାଇଁ ସର୍ଜରୀ କରାଉଥିଲେ । ଏଥିରେ ତ୍ରୁଟି ହେବା ଯୋଗୁ ଫୁସଫୁସ ସଂକ୍ରମିତ ହୋଇଥିଲା । ଏହା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ସର୍ଜରୀ ସମ୍ପର୍କରେ ଚେତନା କାହାକୁ କହି ନ ଥିଲେ । ତାଙ୍କ ମୃତ୍ୟୁରେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଥିଲା ।