ଭୁବନେଶ୍ୱର, ୨୮/୦୨: ପରଲୋକରେ ଅଭିନେତା ଉତ୍ତମ ମହାନ୍ତି । ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା।ଗତ କିଛି ଦିନ ହେଲା ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ ଉତ୍ତମ ମହାନ୍ତି । ସେ ଓଡ଼ିଆ ସିନେମା ଜଗତର ଜଣେ ଲୋକପ୍ରିୟ କଳାକାର ହୋଇଥିବା ବେଳେ ୧୦୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।