ଆକ୍ଟିଭ୍ କେସ୍ ତାଲିକାର ଟପ୍ ଟେନ୍‌ରେ ଓଡ଼ିଶା

ନୂଆଦିଲ୍ଲୀ, ୨୦/୧: ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହାସହ ଦିନକୁ ଦିନ ଆକ୍ଟିଭ କେସ ମଧ୍ୟ ବଢି ଚାଲିଛି। ଏହାରିମଧ୍ୟରେ ଆକ୍ଟିଭ୍ କେସ୍ ତାଲିକା ପ୍ରକାଶ ପାଇଛି। ଟପ୍ ଟେନ୍‌ ରାଜ୍ୟ ମଧ୍ୟରେ ଓଡ଼ିଶା ଥିବା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ସକ୍ରିୟ ସଂକ୍ରମଣ ରହିଛି। ଦେଶର ସର୍ବାଧିକ ପ୍ରଥମ ୧୦‌ ଆକ୍ଟିଭ କେସ୍‌ ତାଲିକାରେ କର୍ଣ୍ଣାଟକ, ତାମିଲନାଡ଼ୁ, କେରଳ, ପଞ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଗୁଜରାଟ, ଓଡ଼ିଶା, ଦିଲ୍ଲୀ ଓ ରାଜସ୍ଥାନ ରହିଛି।