ବାଲିହରଚଣ୍ଡୀ ପୀଠରେ ଲାଗିଲା ୧୪୪ ଧାରା

ପୁରୀ, ୧୨/୬: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢି ଚାଲିଛି। ତେଣୁ ପୁରୀ ବ୍ରହ୍ମଗିରି ବାଲିହରଚଣ୍ଡୀ ପୀଠରେ ୧୪୪ ଧାରା ଲାଗିଛି। ୧୨ରୁ ୧୯ତାରିଖ ପର୍ଯ୍ୟନ୍ତ ୧୪୪ ଧାରା  ବଳବତ୍ତର ରହିବ । ୧୪୪ ଧାରା ଲାଗୁ ହେଲେ ମଧ୍ୟ କେବଳ ନିତିକାନ୍ତି କରାଯିବ । ରଜରେ ବାଲିହରଚଣ୍ଡୀରେ ଭକ୍ତଙ୍କ ଗହଳିକୁ ନଜର ରଖି ପ୍ରଶାସନର ଆଗୁଆ ପଦକ୍ଷେପ ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଭବତାରଣ ସାହୁ ।