କରୋନା ସ୍ଥିତିକୁ ନେଇ କଣ କହିଲେ ଏସିଏସ?

ଭୁବନେଶ୍ୱର, ୩୦/୪: କରୋନା ସ୍ଥିତିକୁ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କେସ୍ ଆସିଥିଲା ପରେ ସେପ୍ଟେମ୍ବର ୨୫ରେ ପ୍ରଥମ ପର୍ଯ୍ୟାୟ ପିକ୍ ହୋଇଥିଲା। କିନ୍ତୁ ଦ୍ବିତୀୟ ଲହରରେ କରୋନା ମାରାତ୍ମକ ହୋଇଛି। ତେଣୁ ସଂକ୍ରମଣର ଭୟାବହତା ନେଇ ଆକଳନ ସହଜ ହେଉନି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଆଗକୁ ଦେଶରେ ଦୈନିକ ସଂକ୍ରମଣ ୫ ଲକ୍ଷ ଟପିପାରେ।  ଏହାର ପ୍ରଭାବ ରାଜ୍ୟ ଉପରେ ମଧ୍ୟ ପଡିପାରେ ବୋଲି ସେ କହିଛନ୍ତି।

କରୋନା ବିରୋଧରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଲଢିବାକୁ ପଡିବ। ସେ ରାଜ୍ୟବାସୀଙ୍କୁ ନିବେଦନ କରି କହିଛନ୍ତି ଯେ କୋଭିଡ୍ ନିୟମ ପାଳନ କରନ୍ତୁ। କୋଭିଡ୍ ସ୍ଥିତିକୁ ଦେଖି ରାଜ୍ୟରେ ଟେଷ୍ଟିଂ ବଢାଯାଉଛି  ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି।ଯଦି ପଜିଟିଭ ରିପୋର୍ଟ ଆସିଛି ତେବେ ହଠାତ ହସ୍ପିଟାଲ ଆସିବା ଦରକାର ନାହିଁ। ଘରେ ରହି ପ୍ରଶାସନ ସହ ଯୋଗାଯୋଗ କରି ଚିକିତ୍ସିତ ହୁଅନ୍ତୁ। ଗୁରୁତର ରୋଗୀ ହିଁ କେବଳ ହସ୍ପିଟାଲକୁ ଆସନ୍ତୁ। ନଚେତ ଘରେ ରହି ଚିକିତ୍ସା ହେବା ସବୁଠୁ ଭଲ ବୋଲି ସେ କହିଛନ୍ତି।