ପ୍ରୟାଗରାଜରେ ବଡ ସଡକ ଦୁର୍ଘଟଣା: ୧୦ମୃତ, ୧୯ରୁ ଅଧିକ ଆହତ

ନୂଆଦିଲ୍ଲୀ,୧୫/୦୨: ଉତ୍ତରପ୍ରଦେଶ ପ୍ରୟାଗରାଜରେ ବଡ ସଡକ ଦୁର୍ଘଟଣା ଘଟିଛି । କୁମ୍ଭମେଳା ଯାତ୍ରା କରୁଥିବା ୧୦ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି । ଆଉ ୧୯ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲ୍ କୁ ପଠାଇଛି । ସୂଚନା ଅନୁସାରେ, ଗତକାଲି ରାତିରେ ପ୍ରୟାଗରାଜ-ମିର୍ଜାପୁର ହାଇୱେ ଉପରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଶ୍ରଦ୍ଧାଳୁଙ୍କୁ ନେଇ ଯାତ୍ରା କରୁଥିବା ବୋଲେରୋ କାର୍ ଏବଂ ଏକ ଯାତ୍ରୀବାହି ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଯାଇଛି । ବୋଲେରୋ ଗାଡିରେ ୨୫ ବର୍ଷରୁ ୪୫ବର୍ଷ ବୟସର ସମସ୍ତେ ପୁରୁଷ ଯାତ୍ରା କରୁଥିଲେ । ଆଉ ଏହି ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ ବସରେ ଥିବା ୧୯ଯାତ୍ରୀ ବି ଗୁରୁତର ଆହତ ହୋଇଛନ୍ତି । ଅନ୍ୟପଟେ, ଘଟଣାସ୍ଥଳରେ ପହଞ୍ଚି ଘଟଣା ବାବଦରେ ପଚାରି ବୁଝିବା ସହ, ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏବଂ ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।