ଗୁଜରାଟରେ ବଡ଼ ଦୁର୍ଘଟଣା, ୫ ମୃତ

ନୂଆଦିଲ୍ଲୀ,୩/୦୨: ଗୁଜରାଟର ଡାଙ୍ଗ ଜିଲ୍ଲାରେ ବଡ଼ ଦୁର୍ଘଟଣା ଘଟିଛି । ସାପୁତାରା ହିଲ୍‌ ଷ୍ଟେସନ ନିକଟରେ ଭାରସାମ୍ୟ ହରାଇ ଖାଲକୁ ଖସିଲା ବସ୍‌ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ୩୦ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲାର ବୋଲି ଜଣାପଡ଼ିଛି। ଏହି ତୀର୍ଥଯାତ୍ରୀମାନେ ମହାରାଷ୍ଟ୍ରରୁ ଗୁଜରାଟର ଦ୍ୱାରକା ଅଭିମୁଖେ ଯାଉଥିଲେ । ଡାଙ୍ଗ ଜିଲ୍ଲାର ସାପୁତାରା ହିଲ୍ ଷ୍ଟେସନ ନିକଟରେ କୌଣସି କାରଣରୁ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୩ ଜଣ ପୁରୁଷ ଅଛନ୍ତି। ୪୮ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବସ୍‌ଟି ମହାରାଷ୍ଟ୍ରର ତ୍ରିମ୍ବକେଶ୍ୱରରୁ ଗୁଜରାଟର ଦ୍ୱାରକା ଅଭିମୁଖେ ଯାଉଥିଲା।

Leave a Reply

Your email address will not be published. Required fields are marked *