ରସୁଲଗଡ଼ ଛକରେ ମର୍ମନ୍ତୁତ ସିରିଜ ସଡ଼କ ଦୁର୍ଘଟଣା

ଭୁବନେଶ୍ୱର,୪/୪: ରସୁଲଗଡ଼ ଛକରେ ମର୍ମନ୍ତୁତ ସିରିଜ ସଡ଼କ ଦୁର୍ଘଟଣା ଘଟିଛି। ୪ ଟି ଗାଡିକୁ ଧକା ଦେଲା  ଟ୍ରକ । ଭୁବନେଶ୍ୱର ରୁ କଟକ ଆଡକୁ ଯାଉଥିଲା ସମସ୍ତ ଗାଡି । ଘଟଣା ସ୍ଥଳରେ କାର ଚାଳକ ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୩ଟି କାର ଓ ଗୋଟିଏ ବାଇକ କୁ ଚାପି ଦେଲା ଟ୍ରକ । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ରହିଛି। ଏହାପରେ ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରେ ଦମକଳ ବାହିନୀ ପହଂଚି ଗ୍ୟାସ କଟର ସାହାଯ୍ୟରେ ମୃତଦେହ କୁ ବାହାର କରିଛନ୍ତି । ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ । ମୃତକ ପରିଚୟ ଏବେ ସୁଦ୍ଧା ଜଣା ପଡିନି ।