ରାସ୍ତା କଡ଼ରେ ଠିଆ ହୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା କାର୍, ଚାଲିଗଲା ଜୀବନ

ଭୁବନେଶ୍ୱର, ୨୭/୧୨: ଜଳେଶ୍ୱର ନଗୁଆଁ ଛକରେ ଘଟିଯାଇଛି ଅଘଟଣ। ସେଠାରେ ରାସ୍ତା କଡ଼ରେ ଠିଆ ହୋଇଥିବା ଲୋକଙ୍କ ଉପରେ ଚଢ଼ିଯାଇଛି କାର୍ । ଏହାପରେ ଘଟଣାସ୍ଥଳରେ ଜଣେ ମହିଳା ଓ ଜଣେ ଛୋଟ ପିଲାର ମୃତ୍ୟୁ ଘଟିଛି। ଏହାସହ  ଆଉ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଅନ୍ୟପଟେ ସେଠାରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।