ବରମୁଣ୍ଡାରେ ସିରିଜ୍ ଦୁର୍ଘଟଣା, ୫ ଆହତ

ଭୁବନେଶ୍ୱର,୨/୫: ଭୁବନେଶ୍ୱର ବରମୁଣ୍ଡାରେ ସିରିଜ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ମୋଟ୍ ୫ ଜଣ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଏକ ସ୍କୁଟିକୁ କାର ଧକ୍କା ଦେଇଥିଲା । ସ୍କୁଟି ଚାଳକ ଗୁରୁତର ହୋଇ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ । ଏହି ସମୟରେ ଜାତୀୟ ରାଜପଥ ସଫେଇ କରୁଥିବା ଗାଡ଼ି ଅଟକି ଯିବାକୁ ଚେଷ୍ଟା କରୁଥିଲା । ତେବେ ପଛପଟୁ ଆସୁଥିବା ଏକ ଟ୍ରକ୍ ସଫେଇ ଗାଡ଼ିକୁ ଧକ୍କା ଦେଇଥିଲା । ଏଥିରେ ଟ୍ରକ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।