ଗୁନାରେ ଭୟଙ୍କର ଦୁର୍ଘଟଣା: ଜଳିଗଲା ବସ୍, ଚାଲିଗଲା ୧୧ ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ,୨୮/୧୨: ମଧ୍ୟ ପ୍ରଦେଶ ଗୁନାରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ଡମ୍ପର ସହ ଧକ୍କା ହୋଇ ଯାତ୍ରୀବାହୀ ବସରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ୧୧ ଯାତ୍ରୀ ପୋଡି ହୋଇ ଜୀବନ ଚାଲିଯାଇଛି । ପାଖାପାଖି ୧୪ ଜଣ ଯାତ୍ରୀ ଗୁରୁତର ଥିବା ଜଣାପଡିଛି । ସୂଚନା ମୁତାବକ. ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ଏକ ଘରୋଇ ବସଟି ଗୁନାରୁ ଆରୋନ ଅଭିମୁଖେ ଯାଉଥିବା ବେଳେ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରିବାକୁ ଆସିଥିଲେ ଏବଂ ଖବର ପାଇ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।