ଡମ୍ପର୍‌-ଟ୍ରକ୍‌ ଧକ୍କା ହୋଇ ଜଳିଗଲା କାର୍‌, ୮ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ,୧୦/୧୨: ଉତ୍ତର ପ୍ରଦେଶ ଅନ୍ତର୍ଗତ ବରେଲି-ନୈନିତାଲ୍‌ ରାଜପଥ ନିକଟ ଭୋଜିପୁରଠାରେ ଗୋଟାଏ ଡମ୍ପର୍‌-ଟ୍ରକ୍‌ ସହିତ ଗୋଟାଏ କାର୍‌ ଧକ୍କା ଖାଇ ଜଳି ଯାଇଥିଲା। ଏହା ଫଳରେ ସେଥିରେ ଥିବା ଜଣେ ପିଲା ସମେତ ୮ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇ ମରିଯାଇଥିବା ସୂଚନା ରହିଛି।

ସୂଚନାଯୋଗ୍ୟ ଯେ ଉତ୍ତରାଖଣ୍ଡରୁ ବାଲି ନେଇ ଆସୁଥିବା ଉକ୍ତ ଡମ୍ପର୍‌-ଟ୍ରକ୍‌ ସହିତ ଧକ୍କା ଖାଇ କାର୍‌ର ଟାୟାର୍‌ ଫାଟି ଯିବାରୁ ତାହା ରାଜପଥର ଅପରପାର୍ଶ୍ବକୁ ଛିଟିକି ପଡ଼ିବା ଫଳରେ ସେଥିରେ ବିସ୍ଫୋରଣ ହୋଇଥିଲା। ଫଳରେ କାର୍‌ଟି ଜଳି ଉଠିଲା। କାର୍‌ରେ ଭିତରପଟୁ ତାଲା ପଡ଼ିଥିବାରୁ ସେଥିରେ ଥିବା ଯାତ୍ରୀମ‌ାନେ ବାହାରି ନ ପାରି ପୋଡ଼ି ହୋଇ ପ୍ରାଣ ହରାଇଲେ।