କଣ୍ଟେନରକୁ ପଛପଟୁ ପିଟିଲା ସ୍କର୍ପିଓ, ୭ମୃତ

ଭୁବନେଶ୍ୱର,୩୦/୦୮: ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଛିଡା ହୋଇଥିବା କଣ୍ଟେନରକୁ ପଛପଟୁ ପିଟିଲା ସ୍କର୍ପିଓ । ଏହି ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ଥିବା ଜଣାପଡିଛି । ସୀମାରାମରେ ରାଞ୍ଚିରୁ ଆସୁଥିବା ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଛି ।ସମସ୍ତ ମୃତ ବ୍ୟକ୍ତି କାଇମୁର ଜିଲ୍ଲାର ସଦର ପୋଲିସ ଷ୍ଟେସନ ଅଧୀନରେ ଥିବା କୁଡାରି ଗାଁର ବାସିନ୍ଦା । ଏହି ଦୁର୍ଘଟଣାରେ ଆହତ ଅନ୍ୟ ୫ ଜଣଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।