କଣ୍ଟେନରକୁ ଧକ୍କା ଦେଲା ଆମ୍ବୁଲାନ୍ସ, ରୋଗୀ ସହ ୨ମୃତ

କଟକ, ୨୦/୨: କଟକରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କଣ୍ଟେନରକୁ ଧକ୍କା ଦେଇଛି ଆମ୍ବୁଲାନ୍ସ। ଯାହାଫଳରେ ଆମ୍ବୁଲାନ୍ସରେ ଥିବା ରୋଗୀ ସହ ୨ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ଆଉ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ  ଟାଙ୍ଗୀ ବନ୍ଦାଳୋ ଟୋଲ ଗେଟ୍ ନିକଟରେ ଘଟିଛି ଏହି ଦୁର୍ଘଟଣା। ଅନ୍ୟପଟେ ଦୁର୍ଘଟଣାରେ ଆହତ ହୋଇଥିବା ଗୁରୁତରଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି ।