କ୍ଷୀର ବୋଝେଇ ଟ୍ରକ୍‌କୁ ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଡ୍ରାଇଭର ମୃତ

ଭୁବନେଶ୍ୱର,୧୦/୪: କ୍ଷୀର ବୋଝେଇ ଟ୍ରକ୍‌କୁ ପଛରୁ ପିଟିଲା ଆଉ ଏକ ଟ୍ରକ୍‌। ଫଳରେ କ୍ଷୀର ବୋଝେଇ ଟ୍ରକ୍‌ର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇଛନ୍ତି ହେଲପର। ଏପରି ଏକ ଦୁର୍ଘଟଣା ଆଜି ସକାଳେ ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ଛକ ନିକଟରେ ଘଟିଛି।

ସୂଚନାଯୋଗ୍ୟ ଯେ ଆଜି ସକାଳେ ବାଲିଆପାଳରୁ ଏକ କ୍ଷୀର ବୋଝେଇ ଟ୍ରକ୍‌ କଟକ ଅଭିମୁଖେ ଯାଉଥିଲା। ତଳନଗର ନିକଟରେ ଗାଡ଼ିଟି ଅଟକିଥିଲା। ଏହି ସମୟରେ ଡ୍ରାଇଭର ପାଖ ଡୋର ଖୋଲା ଥିବା ବେଳେ ହେଲପର ମଧ୍ୟ ସେଠାରେ ଛିଡ଼ା ହୋଇଥିଲେ। ଉଭୟ ଗପରେ ମାତିଥିବା ବେଳେ ପଛରୁ ଏକ ଟ୍ରକ୍‌ ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲା।