ଟ୍ରକକୁ ଧକ୍କା ଦେଲା ଭ୍ୟାନ, ୩ମୃତ

ଭୁବନେଶ୍ୱର,୮/୪: ଚଣ୍ଡିଖୋଲ-ପାରାଦୀପ ୫୩ ନଂ ଜାତୀୟ ରାଜପଥରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚଛି। ମୃତକଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇଜଣଙ୍କର କଟକରେ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି।

ସୂଚନା ଅନୁସାରେ ବାଲିଚନ୍ଦ୍ରପୁର ଅଞ୍ଚଳରୁ ଏକ ପିକଅପ ଭ୍ୟାନ ଶୁଖୁଆ ନେଇ ପାରାଦୀପ ଯାଉଥିଲା। ଏହି ସମୟରେ ଚାରିନଙ୍ଗଳ ଠାରେ ଉକ୍ତ ଭ୍ୟାନଟି ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶୁଖୁଆ ଗାଡ଼ି ଡାଲାରେ ବସି ଯାଉଥିବା ୮ ଜଣ ଗୁରୁତର ଆହତ ହୋଇଥିଲେ।