ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, ୭ମୃତ

ଭୁବନେଶ୍ୱର,୩୧/୩: ସମ୍ବଲପୁର ଶାସନ କେନାଲରେ ଅଭାବନୀୟ ଘଟଣା ଘଟିଛି। ଭାରସାମ୍ୟ ହରାଇ କେନାଲକୁ ଖସିଲା ବରଯାତ୍ରୀ ଗାଡି । ସମ୍ବଲପୁରରେ ବରଯାତ୍ରୀ ଗାଡି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ୩ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଯାଏଁ ଡ୍ରାଇଭରଙ୍କ ପତା ମିଳୁନାହିଁ ।

ସୂଚନା ଯୋଗ୍ୟ ଯେ ପାଣିରେ ବୁଡ଼ି ଯିବାରୁ ଘଟଣାସ୍ଥଳରେ ୭ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ଘର ଝାରସୁଗୁଡା ବଡଧରା ଗାଁରେ । ସମ୍ବଲପୁର ପରମାଣପୁରକୁ ବରଯାତ୍ରୀ ଆସୁଥିଲେ । ରାତି ୨ଟାରେ ଏକ ବୋଲେରୋରେ ଡ୍ରାଇଭର ସମେତ ୧୧ ଜଣ ଝାରସୁଗୁଡ଼ାକୁ ଫେରୁଥିବା ବେଳେ ଶାସନ କେନାଲରେ ଏହି ଦୁର୍ଘଟଣା ଘଟିଥିଲା ।