ଭୁବନେଶ୍ୱରରେ ସିରିଜ୍‌ ଦୁର୍ଘଟଣା, ୩ ଜଣ ଗୁରୁତର

ଭୁବନେଶ୍ୱର,୧୨/୩:  ଭୁବନେଶ୍ୱରରେ ସିରିଜ୍‌ ଦୁର୍ଘଟଣା ହୋଇଛି । ଡ୍ରଗ୍ସ ନିଶାରେ ସିରିଜ୍ ଦୁର୍ଘଟଣା ଘଟାଇଛନ୍ତି କାର୍ ଚାଳକ । ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବାବେଳେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଡ୍ରାଇଭର । ପରେ ସୂର୍ଯ୍ୟନଗର ଅଂଚଳରେ ସ୍ଥାନୀୟ ଲୋକେ କାରକୁ ଅଟକାଇବା ସହ ଚାଳକଙ୍କୁ କାବୁ କରିଛନ୍ତି । କାରରେ ଥିବା ୩ ଜଣଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ଗ୍ରାମ‍ବାସୀ  ଘଟଣାରେ କ୍ୟାପିଟାଲ ଥାନା ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।