ଚାନ୍ଦପୁର ବାଇପାସ୍‌ ନିକଟରେ ଦୁର୍ଘଟଣା, ଜଣେ ମୃତ

ଭୁବନେଶ୍ୱର, ୨୬/୨: ଚାନ୍ଦପୁର ବାଇପାସ୍‌ ନିକଟରେ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଚାନ୍ଦପୁର ବାଇପାସ୍‌ ନିକଟ ଗୌରଚନ୍ଦ୍ରପୁର ଛକରେ  ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ପଛପଟୁ ଟ୍ରକ୍‌ ଧକ୍କା ଦେବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଭ୍ୟାନ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।