ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ

ଭୁବନେଶ୍ୱର,୧୫/୦୭: ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଅଭାବନୀୟ ଘଟଣା ଘଟିଛି। ସେଠାରେ ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ତେବେ ଜଣେ ବ୍ୟକ୍ତି ସୋର ଥାନା ମାଣତ୍ରୀ ଗାଁର ହୋଇଥିବା ବେଳେ ଅନ୍ୟ ଜଣକର ପରିଚୟ ମିଳିପାରିନାହିଁ । ମୃତ ଯୁବକ ଦୁଇ ଜଣ ରାତି ୨ଟା ସମୟରେ ଭଦ୍ରକରୁ କାମ ସାରି ଘରକୁ ଫେରୁଥିଲେ । ଦୁର୍ଘଟଣାପରେ ରାସ୍ତାରେ ଯାଉଥିବା ଯାତ୍ରୀମାନେ ହାଇୱେ ପୋଲିସକୁ ଖବର ଦେଇଥିଲେ ଖବର ପାଇ ପୋଲିସଘଟଣା ସ୍ଥଳରେ ପହଞ୍ଚିଥିଲା। ଏହାପରେ ତଦନ୍ତ ଆରମ୍ଭ କରିଛି।