ଟ୍ରକ୍-ଅଟୋ ଧକ୍କା , ୬ ଜଣ ଛାତ୍ରଛାତ୍ରୀ ଆହତ

ରାୟଗଡ଼ା,୧୦/୯: ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣାରେ ୭ ଜଣ ଆହତ ହୋଇଛନ୍ତି । ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ହାଟ ଦହିଖାଲ ନିକଟରେ ଟ୍ରକ ସହ ଅଟୋ ଧକ୍କା ହୋଇଥିଲା । ଫଳରେ ଅଟୋରେ ବସିଥିବା ୬ ଜଣ ଆଦର୍ଶ ଛାତ୍ରୀଛାତ୍ରଙ୍କ ସମେତ ଅଟୋ ଡ୍ରାଇଭର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ଥିବାରୁ ସେମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅଟୋଟି ଅମ୍ବାଦଳାରୁ ଛାତ୍ରଛାତ୍ରୀଙ୍କୁ ନେଇ ମୁନିଗୁଡ଼ା ଆଦର୍ଶ ବିଦ୍ୟାଳୟ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଖବରପାଇ ମୁନିଗୁଡ଼ା ପୋଲିସ, ମୁନିଗୁଡା ବିଡିଓ ଓ ବିଦ୍ୟାଳୟର ଶିକ୍ଷକ ଡାକ୍ତରଖାନାରେ ପହଞ୍ଚିଛନ୍ତି ।