ଭୁଷୁଡିଲା ନିର୍ମାଣାଧିନ ସେତୁ,ମାଟିତଳେ ଚପିଗଲେ ଏକାଧିକ ଶ୍ରମିକ

ନୂଆଦିଲ୍ଲୀ,୨୦/୭: ଉତ୍ତରାଖଣ୍ଡରେ ନିକଟରେ ବାଦଲଫଟା ବର୍ଷ ଯୋଗୁଁ ପ୍ରଳୟ ଆସିଥିବା ବେଳେ ଏବେ ନିର୍ମାଣାଧିନ ସ୍ଥାନରେ ଘଟିଛି ଅଘଟଣ । ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ଏକ ବ୍ରିଜ କାମ ଚାଲିଥିବାବେଳେ ହଠାତ୍ ଭୁଷୁଡିପଡିବାରୁ କାମ କରୁଥିବା ଏକାଧିକ ଶ୍ରମିକ ମାଟି ତଳେ ଚାପି ହୋଇ ରହିଥିବା ସୂଚନା ରହିଛି । ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେବି ଅନେକ ଚାପି ହୋଇରହିଥିବା ସୂଚନା ରହିଛି । ଘଟଣାସ୍ଥଳରେ ଏସଡିଆରଫ ଟିମ୍ ଓ ରେସ୍କ୍ୟ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରୁଦ୍ରପ୍ରୟାଗଠାରୁ ୬୭ କିଲୋମଟର ଦୂର ଋଷିକେଶ- ବଦ୍ରୀନାଥ ହାଇୱେ ପର ନାରକୋଟା ନିକଟରେ ଏକ ପୋଲ ନିର୍ମାଣ ହେଉଥିବାବେଳେ ଭୁଷୁଡିପଡିଥିଲା । ଫଳରେ ଏଥିରେ ନିୟୋଜିତ ଅଧ ଡର୍ଜନ ଶ୍ରମିକ ମାଟି ତଳେ ଚାପି ହୋଇଯାଇଥିଲେ । ଏଯାଏଁ ୬ଜଣଙ୍କୁ ଉଦ୍ଧାର କରାଯାଇଥିଲେ ବି ଆହୁରି ୪ରୁ ୫ଜଣ ଶ୍ରମିକ ଏବେବି ମାଟିତଳେ ରହିଥିବା ଆଶଙ୍କା କରାଯାଉଛି ।