ଶାହାଜାହାନପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା, ୧୨ ମୃତ

ନୂଆଦିଲ୍ଲୀ,୨୫/୦୧: ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବାର ଜଣାପଡିଛି।ଏକ ଟ୍ରକ ଅଟୋକୁ ଧକ୍କା ଦେବାରୁ ଏଥିରେ ଯାଉଥିବା ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି |ସୂଚନା ମୁତାବକ ସ୍ଥାନୀୟ ଦମଗାଢ଼ ଗ୍ରାମର ୧୨ ଜଣ ଶ୍ରଦ୍ଧାଳୁ ଗଙ୍ଗାସ୍ନାନ ପାଇଁ ଆଜି ଭୋର ସମୟରେ ଏକ ଅଟୋ ଯୋଗେ ଯାଉଥିଲେ । ତେବେ ଏହି ସମୟରେ ଜାଲାଲାବାଦ ଜାତୀୟ ରାଜପଥର ସୁଗସୁଗି ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଏହି ଅଟୋକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଘଟଣାସ୍ଥଳରେ ହିଁ ଅଟୋରେ ଯାଉଥିବା ସମସ୍ତ ୧୨ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଯାଇଥିଲା।ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ଏବେ ତଦନ୍ତ ଜାରି ରହିଛି ।