ଜେସିବି ସହ ବାଇକ ଧକ୍କା, ବାଇକ ଆରୋହି ମୃତ

ଭୁବନେଶ୍ୱର,୫/୪: ନବରଙ୍ଗପୁର କୋଷଗୁମୁଡ଼ା ଥାନା କଣ୍ଡାପୁରି ଗ୍ରାମ ନିକଟରେ ଅଭାବନୀୟ ଘଟଣା ଘଟିଛି। ସେଠାରେ   ଜେସିବି ସହ ବାଇକ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ସେମେଲା ଗ୍ରାମର ଦେବେନ୍ଦ୍ର ମାଳି । ଦେବେନ୍ଦ୍ର ମାଳିଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ଗ୍ରାମବାସୀ ଜେସିବି ପୋଡ଼ି ଦେଇଥିବା ସୁଚନା ମିଳିଛି।