ବସ୍‌ ଦୁର୍ଘଟଣା, ୬ ଆହତ

ଭୁବନେଶ୍ୱର, ୩୦/୧: ରାୟଗଡ଼ା ବିସମକଟକ ଥାନା ପୁରିକଣା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ଏକ ବସ୍‌ ଦୁର୍ଘଟଣା ଘଟିଛି। ଯାହାଫଳରେ ବସ ରେ ଯାଉଥିବା ୬ ଜଣ ଆହତ ହୋଇଛନ୍ତି । ବଡ଼ମ୍ବା ନୟାଗଡ଼ରୁ ଜୟପୁର  ରଘୁନାଥ ବସ ଯାଉଥିବା ବେଳେ ଏହି ଘଟଣା ଘଟିଛି ।ଆହତମାନେ ରାୟଗଡ଼ା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବା ସୂଚନା ମିଳିଛି।