ଟ୍ରାଫିକ ସିଗନାଲରେ ଡ୍ୟୁଟି କରୁଥିବା ପୋଲିସ କର୍ମୀଙ୍କୁ ଦିଆଯିବ ଏସି ହେଲମେଟ

ଭୁବନେଶ୍ୱର,୧୩/୦୮: ପ୍ରବଳ ଖରାରେ ଟ୍ରାଫିକ ସିଗନାଲରେ ଡ୍ୟୁଟି କରୁଥିବା ପୋଲିସ କର୍ମୀଙ୍କ ପାଇଁ ଖୁସିଖବର। ତେଣୁ ବିଭାଗ ତରଫରୁ ଏସି ହେଲମେଟ ଯୋଗାଇ ଦିଆଯିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ପୋଲିସ କର୍ମଚାରୀଙ୍କୁ ଖରା ଓ ପ୍ରଦୂର୍ଷଣରୁ ରକ୍ଷା କରିବ । ପ୍ରଥମ କରି ଅହମ୍ମଦାବାଦରେ କିଛି ପୋଲିସ କର୍ମଚାରୀଙ୍କୁ ଏହି ହେଲମେଟ୍ ପ୍ରଦାନ କରାଯାଇଛି ।ଏଭଳି ଏସି ହେଲମେଟ ପ୍ରୟୋଗ ମାଧ୍ୟମରେ ପୋଲିସ କର୍ମୀମାନେ ଖରାରୁ ରକ୍ଷା ପାଇବା ସହ ସୁରକ୍ଷିତ ଭାବେ କାର୍ଯ୍ୟ କରିପାରିବେ ।ଏବେ ଦେଖିବାକୁ ମିଳିଥିବା ଏହି ଏସି ହେଲମେଟ ସାଧାରଣ ହେଲମେଟ ଭଳି । ହେଲେ ତା ମଧ୍ୟରେ ଏକ ପଙ୍ଖା ଲଗାଯାଇଛି । ଏଥିରେ ବ୍ୟାଟେରୀ ଲାଗିଥିବାରୁ ଏହାକୁ ଗୋଟିଏ ଥର ଚାର୍ଜ କଲେ କିଛି ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ ।