ଗୋଷ୍ଠୀ ସଂକ୍ରମଣ ନେଇ ପ୍ରାମାଣିକ ତଥ୍ୟ ନାହିଁ କହିଲେ ସ୍ବାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର, ୧/୧:ରାଜ୍ୟରେ କରୋନା ସଂକ୍ରମଣ ନେଇ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ଗୋଷ୍ଠୀ ସଂକ୍ରମଣ ନେଇ ପ୍ରାମାଣିକ ତଥ୍ୟ ନାହିଁ। ରାଜ୍ୟରେ ଯେତିକି ପଜିଟିଭିଟି ରେଟ୍ ଅଛି ସେହି ହିସାବରେ ସାମ୍ପୁଲ ସାଇଜ ନାହିଁ। ମହାରାଷ୍ଟ୍ର ସହ ଅନ୍ୟ ରାଜ୍ୟରେ ଓମିକ୍ରନ ବଢୁଛି। ଅନ୍ୟପଟେ ଆମ ରାଜ୍ୟରେ ବି ସଂକ୍ରମଣ ବଢ଼ୁଛି ତେଣୁ ସଜାଗ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଗୋଷ୍ଠୀ ସଂକ୍ରମଣ ହେଉ ଅବା ନହେଉ କୋଭିଡ ସଂକ୍ରମଣ ରହିଛି । ଟିକା ନେବା ସହ ସମସ୍ତେ କୋଭିଡ ନିୟମ ମାନିବାକୁ ସେ କହିଛନ୍ତି।