ଭାରତର ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ

ଭୁବନେଶ୍ୱର,୧୭/୧୧: ଭାରତର ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କର ପରଲୋକ ହୋଇଥିବାର ଖବର ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ସେ ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ,, ମିଆଁମାର, ଶ୍ରୀଲଙ୍କା ଏବଂ ରୁଷରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ। ସେ ଜି -୭୭ ସମ୍ମିଳନୀରେ ଦ୍ୱିପାକ୍ଷିକରେ ଭାରତୀୟ ପ୍ରତିନିଧି ସଦସ୍ୟ ଭାବରେ ଅଂଶଗ୍ରହଣ କରିଥିଲେ। ଏଥିସହିତ ବହୁବାର ଆନ୍ତର୍ଜାତୀୟ ସମ୍ମିଳନୀରେ ବି ଯୋଗ ଦେଇଥିଲେ। ଓଡିଆ ଷ୍ଟଡିଜ୍ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଥିଲେ।